ବାଇକରେ ଆସି ଝାମ୍ପିନେଲେ ବ୍ୟାଗ

ବେଗୁନିଆ : ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ୱରରୁ ନୟାଗଡ ଅଭିମୁଖେ ଏକ ବାଇକରେ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କଠାରୁ ସାରୁଅଠାରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ତାଙ୍କ ପଛପଟୁ ଆସି ସେମାନେ ଧରି ବସିଥିବା ବ୍ୟାଗଟିକୁ ନେଇ ଫେରାର ହୋଇଯାଇଛନ୍ତି । ନୟାଗଡ ଗ୍ରାମର ସୁରେଶ ପଟ୍ଟନାୟକ ଆଜି ସନ୍ଧ୍ୟା ୭.୩୦ରେ ଭୁବନେଶ୍ୱରରୁ ନିଜ ଘର ନୟାଗଡକୁ ଫେରୁଥିବାବେଳେ ୨ ଜଣ ବ୍ୟକ୍ତି ତାଙ୍କୁ ପିଛା କରି ବାଘମାରୀ ଥାନା ଅନ୍ତର୍ଗତ ସାରୁଅଠାରେ ବ୍ୟାଗଟିକୁ ଝାମ୍ପି ନେଇ ପଳାଇଥିଲେ ।ସେହି ବ୍ୟାଗରେ ୨ଟି ସୁନା ଚେନ ଏବଂ ୩ଟି ମୁଦି ଥିବାର ସେମାନେ କହିବା ପରେ ଥାନା ଅଧିକାରୀ ଅର୍ଚନା ମଲ୍ଲିକ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.