ଚାନ୍ଦପୁର ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ଚୋରି ଅଭିଯୋଗ

ଚିକିଟି: ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖାଉଟିଙ୍କ ପାଇଁ ମହଜୁଦ ଥିବା ପ୍ରାୟ ୩୦ ବସ୍ତା ପିଡିଏସ ଚାଉଳ, ଗୋଟିଏ ପାଣି ପମ୍ପ ମୋଟର ଓ ଗୋଟିଏ ଇଲେକ୍ଟ୍ରୋନିକ୍ସ ଓଜନ ମେସିନ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚାନ୍ଦପୁର ସରପଞ୍ଚ ମନୋଜ କୁମାର ସାହୁ ଅଭିଯୋଗ କରିଛନ୍ତି।

Comments are closed.