ବିଳମ୍ବିତ ରାତିରେ ଘରେ ପଶିଲେ ଡକାୟତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଵାଲେଶ୍ୱର: ବିଳମ୍ବିତ ରାତିରେ ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ଵାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋଳିହା ପଞ୍ଚାୟତ ମୁହଁଛୁଆଁ ଗ୍ରାମର ଘଟଣା। ରବିବାର ବିଳମ୍ବିତ ରାତିରେ ଗ୍ରାମର ଗୟାଧର ବାରିକଙ୍କ ପରିବାର ଘରେ ଶୋଇଥିବାବେଳେ ଡକାୟତମାନେ ଘର ପାଖରେ ଥିବା ଆମ୍ବ ଗଛରେ ଚଢି ଛାତ ଉପରକୁ ଯାଇ ଶାଢ଼ୀ ଦ୍ୱାରା ଘର ଭିତରେ ପଶିଥିଲେ। ଏହାପରେ ବିଭିନ୍ନ ଅସ୍ତ୍ର ଦେଖାଇ ସମସ୍ତ ଅଳଙ୍କାର ଲୁଟିନେଇଥିଲେ। ଘରଠାରୁ ୩୦୦ ମିଟର ଦୂରରେ ଅଳଙ୍କାର ଥିବା ବ୍ୟାଗ, ଆଟେଚ ଆଦି ପଡିଥିବା ଦେଖିବାକୁ ମିଳିଛି। ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.