ଫଇନାନ୍ସ କର୍ମଚାରୀଙ୍କ ଠାରୁ ୧୦ ହଜାର ଲୁଟ୍‌ ଅଭିଯୋଗ

ଚୌଦ୍ୱାର : ଗ୍ରାମାଞ୍ଚଳରୁ ଟଙ୍କା ଆଦାୟକରି ଫେରୁଥିବା ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଠାରୁ ୧୦ହଜାର ଟଙ୍କା ଲୁଟ ହୋଇଥିବା ଅଭିଯାଗ ହୋଇଛି। ଚୌଦ୍ୱାରସ୍ଥିତ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଫିଲ୍ଡ ଅଫିସର କାଶୀନାଥ ସାହୁ ଚୌଦ୍ୱାର ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶଯେ ସେ ଗୁରୁବାର ଦିନ ଗୁରୁଡ଼ିଝାଟିଆ ଥାନା କୁମାରପୁର ଅଞ୍ଚଳର  ହିତାଧିକାରୀ ମାନଙ୍କ ଠାରୁ ୧୦ ହଜାର ଟଙ୍କା ଆଦାୟକରି ନିଜ ବାଇକ୍‌ରେ ଚୌଦ୍ୱାର ଅଭିମୁଖେ ଫେରୁଥିବା ବେଳେ ଚୌଦ୍ୱାର ଥାନା ଅନ୍ତର୍ଗତ ବଡ଼ ପଦାଗାଁ ନିକଟରେ ଦୁଇଜଣ ଦୁର୍ବୁତ୍ତ ଏକ ବାଇକ୍‌ରେ ଆସି ରାସ୍ତାରେ ତାଙ୍କୁ ଅଟକାଇବା ସହିତ ତାଙ୍କ ମୁଣ୍ଡରେ ଏକ ବନ୍ଧୁକ ଲଗାଇ ତାଙ୍କ ପାଖରୁ ଟଙ୍କାଥିବା ବ୍ୟାଗ୍କୁ ଛଡ଼ାଇନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଅଭିଯୋଗ ପାଇ ଚୌଦ୍ୱାର ଏସ୍ଆଇ ତପସ୍ୱିନୀ କାନୁନ୍‌ଗୋ  ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Comments
Loading...