ଗୋଡି ପୋଖରୀ ଗ୍ରାମରୁ ଚୋରି

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଜମୁନାପଶି ପଂଚାୟତ ଗୋଡି ପୋଖରୀ ଗ୍ରାମର କହ୍ଲେଇ ଚରଣ ନାଏକ ଗତକାଲି ବାହାରକୁ ଯାଇଥିବା ସମୟରେ ତାଙ୍କ ଘରର କବାଟ ତାଡି ଚୋର ଘରେ ପଶିବା ସହ ଟଙ୍କା ଓ ସୁନାଗହଣା ଚୋରି କରି ନେଇଛି । ଚୋର ବାକ୍ସ ଓ ଆଲମୀରା ଭାଙ୍ଗି ନଗଦ ୫୦ ହଜାର ଟଙ୍କା ସହ ଗୋଟିଏ ସୁନାହାର, ମୁଦି ୨ ଟି ଏବଂ ଗୋଟିଏ ମଙ୍ଗଳସୂତ୍ର ଚୋରି କରି ନେଇଯାଇଛି । ଆଜି କହ୍ଲେଇଙ୍କ ପୁଅ ସୁଶାନ୍ତ କୁମାର ନାଏକ ତାଙ୍କ ବାପାଙ୍କ ଘର କବାଟ ତାଡି ଚୋରି ହୋଇଥିବା ସମ୍ପର୍କରେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Comments are closed.