ନିଦ ହଜାଇଲେ ଲୁଟିଆ

ଭୁବନେଶ୍ବର : ରାଜଧାନୀରେ ମାତିଛନ୍ତି ଲୁଟିଆ ଗ୍ୟାଙ୍ଗ୍‌। ରାଜ୍ୟ ବାହାରୁ ଆସି ସହରରେ ଚଳାଇଛନ୍ତି ଉତ୍ପାତ । ଆଖି ପିଛୁଳାକେ ଲୁଟ୍‌ପାଟ୍‌ କରି ଅନ୍ତର୍ଦ୍ଧାନ ହୋଇଯାଉଛନ୍ତି। ଯାହାର ସୁରାକ ପୁଲିସ ପାଇପାରୁନି। କାହାର ଫୋନ୍‌ ଝାମ୍ପି ନେଲେଣି ତ ପୁଣି କାହାର ସୁନାଚେନ୍‌ ଛିଣ୍ଡାଇ ନେଲେଣି। ଆଉ କାହାର ବ୍ୟାଙ୍କ ନିକଟରୁ ଟଙ୍କା ବ୍ୟାଗ୍‌ ନେଇଗଲେଣି। ଏହାବାଦ୍‌ ସୁଯୋଗ ଉଣ୍ଡି ମୁହଁରେ ନିଶା ‌େ‌ସ୍ପ୍ର କରି ଯୁବକଙ୍କୁ ଉଠାଇ ନେଇ ସର୍ବସ୍ବ ଲୁଟ୍‌ପାଟ୍‌ କରିବା ସହ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲେଣି। ଦିନକୁ ଦିନ ଏଭଳି ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି।

ନିଶା ‌େ‌ସ୍ପ୍ର କରି ଅପହରଣ
ଫାୟାର ଷ୍ଟେସନରୁ ଉଠାଇଲେ ,ଏଜିରେ ଫିଙ୍ଗିଲେ
କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୬ ଅଞ୍ଚଳରେ ରହୁଥିବା ଓ +୩ ବାଣିଜ୍ୟ ପଢୁଥିବା ପୀୟୂଷ କୁମାର ପାତ୍ର ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ସାଇକଲରେ ଘରକୁ ଫେରୁଥିଲେ। ଏହି ସମୟରେ ବରମୁଣ୍ଡା ଫାୟାର ଷ୍ଟେସନ ଛକ ପାଖରୁ ତିନି ଲୁଟିଆ ବାଇକ୍‌ରେ ଆସି ତାଙ୍କ ମୁହଁରେ କେମିକାଲ ‌େ‌ସ୍ପ୍ର କରି ଅପହରଣ କରିନେଇଥିଲେ। ରାସ୍ତା ମଝିରେ ତାଙ୍କ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ଯୁବକଙ୍କ ବେକରେ ତଣ୍ଟିଚିପା ଦାଗ ରହିଛି। ତାଙ୍କୁ ଅପହରଣ କରିବା ପରେ ଏଜି ଛକ ନିକଟ ନେହରୁ ଯୁବପରିଷଦ କ୍ଲବ ପାଖରେ ଫିଙ୍ଗି ଫେରାର ହୋଇଯାଇଥିଲେ। ଯୁବକଙ୍କ ପକେଟ୍‌ରୁ ଲୁଟିଆ ଫୋନ୍‌ ଓ ହାତରୁ ଘଣ୍ଟା ନେଇ ଯାଇଥିଲେ। ଅଚେତ ଅବସ୍ଥାରେ ଯୁବକ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଚିିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୁବକଙ୍କ ଚେତା ଫେରିବା ପରେ ଲୁଟିଆ ତାଙ୍କ ମୁହଁରେ କେମିକାଲ ‌େ‌ସ୍ପ୍ର କରି ଏଭଳି କାଣ୍ଡ ଭିଆଇଥିବା ଘଟଣା ପଦାକୁ ଆସିଥିଲା। ପୀୟୂଷ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି। ସୁସ୍ଥ ହେବା ପରେ ଥାନାରେ ଏତଲା ଦେ​‌େ​‌ବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଝାମ୍ପିନେଲେ ମୋବାଇଲ ଫୋନ୍‌
ଚନ୍ଦ୍ରଶେଖରପୁର : ରାସ୍ତାରେ ଯାଉଥିବା ବେଳେ ଲୁଟିଆମାନେ ଜଣେ ଯୁବତୀଙ୍କ ମୋବାଇଲ ଫୋନ୍‌ ଝାମ୍ପିେନଇ େଫରାର େହାଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ହେଁ ଲୁଟିଆଙ୍କ ଟେର୍‌ ପାଇପାରି ନାହିଁ। ସୂଚନା ଅନୁସାରେ ନୂଆପଲ୍ଲୀ ଥାନା ସାଲିଆସାହି ଜନତା ନଗରରେ ରହୁଥିବା ମାନସୀ ପ୍ରଧାନ ଲୁମ୍ବିନୀବିହାରସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ଶୁକ୍ରବାର ବିଡିଏ କଲୋନୀ ଛକରୁ କାର୍ଯ୍ୟାଳୟକୁ ଦିନ ପ୍ରାୟ ସାଢ଼େ ୧୧ଟାରେ ସେ ଯାଉଥିଲେ। ଏତିକି ବେଳେ ଯୁବତୀଙ୍କ ବଡ଼ଭାଇ ଫୋନ୍‌ କରିଥିଲେ। ସେ ଫୋନ୍‌ ରିସିଭ କରିବା ସମୟରେ କେୟାର ହସ୍ପିଟାଲ ସମ୍ମୁଖରୁ ଏକ ବାଇକ୍‍ରେ ପଛରୁ ଦୁଇଜଣ ଆସି ତାଙ୍କ ହାତରୁ ମୋବାଇଲ୍‌ ଝାମ୍ପି ଫେରାର ହୋଇଯାଇଥିଲେ।

ବାଇପାସ୍‌ରେ ଲୁଟିଲେ
ଗୁରୁବାର ଦିନ ସାଢେ ୧୨ଟା। ପୁରୀ ଜିଲା ପିପିଲି ଥାନା ଅଧୀନ ଆରୁହା ଗ୍ରାମର ଅର୍ଚ୍ଚନା ଦାସ ସାଙ୍ଗ ସହ ପୁରୀ ବାଇପାସ୍‌ରେ ଘରକୁ ଫେରୁଥିଲେ। ପାଣ୍ଡରା ଏବଂ କେଶୁରା ରାସ୍ତା ମଝିରେ ପଲ୍‌ସର ବାଇକ୍‌ରେ ଦୁଇ ଲୁଟିଆ ପିଛା କରି ତାଙ୍କ ବେକରୁ ସୁନାଚେନ୍‌ ଛିଣ୍ଡାଇ ନେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଯୁବତୀଙ୍କ ବେକରୁ ଲୁଟ୍‌ ହୋଇଥିବା ସୁନାଚେନ୍‌ର ଓଜନ ପ୍ରାୟ ୧୨ଗ୍ରାମ୍‌ ହୋଇଥିବା ବେଳେ ବଜାର ଦର ୭୦ ହଜାର ଟଙ୍କା ହେବ। ନେଇ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।
ନେଇଗଲେ ସୁନା ଚେନ୍
ସ୍କୁଟିରୁ ପଡ଼ି ଦୁଇ ଭଉଣୀ ଗୁରୁତର
ଯାଁଳା : ଶୁକ୍ରବାର ୧୬ନଂ ଜାତୀୟ ରାଜପଥର ଯାଁଳା ବଜାର ଉପରୁ ଦୁର୍ବୃତ୍ତମାନେ ସ୍କୁଟିରେ ଯାଉଥିବା ମହିଳାଙ୍କ େବକରୁ ସୁନା େଚନ୍‌ ଝାମ୍ପି େନଇଛନ୍ତି। ସ୍କୁଟିରେ ଦୁଇ ଭଉଣୀ ଥିଲେ । ଝାମ୍ପିନେବା ସମୟରେ ଗାଡ଼ିରୁ ପଡ଼ି ଦୁଇ ଭଉଣୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ଦ୍ବୟ ହେଲେ ଜ୍ୟୋତ୍ସ୍ନା ଦାସ(୫୦) ଓ ସାନ ଭଉଣୀ ମମତା ମହାନ୍ତି (୩୫)। ତାଙ୍କ ଘର ଭୁବନେଶ୍ବର ଟଙ୍କପାଣି ରୋଡ଼ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଦୁଇ ଭଉଣୀ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିଲେ। ଯାଁଳା ବଜାର ପଞ୍ଚାୟତ ଅଫିସ ସମ୍ମୁଖରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜ୍ୟୋତ୍ସ୍ନାଙ୍କ ବେକରୁ ସୁନା ଚେନ୍ ଝାମ୍ପିଥିଲେ। ତେବ େସ େଚନ୍‌କୁ ଧରିପକାଇଥିଲେ। ଫଳରେ େଚନଟି ଛିଣ୍ଡି ଅଧା ତାଙ୍କ ହାତରେ ରହିଯାଇଥିଲା। ଟଣାଓଟରା ସମୟରେ ଭାରସାମ୍ୟ ହରାଇ ଦୁଇ ଭଉଣୀ ଗାଡ଼ିରୁ ଛିଟିକି ପଡ଼ିଥିଲେ। ଉଭୟଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଯୁବକମାନେ ଆହତ ଦୁଇ ଭଉଣୀଙ୍କୁ ଚିକିତ୍ସା ପାଇଁ େମଡିକାଲ ପଠାଇଛନ୍ତି। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ୧୬ ନମ୍ବର ଜାତୀୟ ରାଜପଥର ଖଣ୍ଡଗିରିଠାରୁ ପିତାପଲ୍ଲୀ ମଧ୍ୟରେ ଦିନକୁ ଦିନ ଲୁଟ୍‌ ବୃଦ୍ଧି ପାଉଥିବାରୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଦାବି ହେଉଛି।

Comments are closed.