ମେକ୍‍ଅପ୍‍ ପାଇଁ ଆସିଥିବା କନ୍ୟାଠାରୁ ଲୁଟ୍‍

କଟକ :ବିବାହ ପାଇଁ ମେକଅପ୍‍ ନେବା ସମୟରେ କନ୍ୟାଙ୍କଠାରୁ ଲୁଟ୍‍ ହୋଇଛି। କେତେକ ଦୁର୍ବୃତ୍ତ ତାଙ୍କର ସମସ୍ତ ସୁନା ଅଳଙ୍କାର ଲୁଟିନେଇଛନ୍ତି। ଏଭଳି ଏକ ଘଟଣା ଚୌଧୁରୀବଜାର କେଉଟସାହିରେ ଘଟିଥିବା ବେଳେ ଏ ନେଇ ପୁରୀଘାଟ ଥାନାରେ କନ୍ୟାର ପରିବାର ଏତଲା ଦେଇଛନ୍ତି। ସୂଚନା ମୁତାବକ କେଉଟସାହିର ଅଭିରଞ୍ଜନ ଲେଙ୍କା ଝିଅଙ୍କର ବାହାଘର ୪ଦିିନ ପୂର୍ବେ ହୋଇଥିଲା। ଘରେ ଝିଅ ମେକ୍‍ଅପ ନେବା ପାଇଁ କହିବାରୁ ରଞ୍ଜନ ଏ ନେଇ ଏକ ପାର୍ଲରର ସହାୟତା ନେଇଥିଲେ। ପାର୍ଲର ଲୋକ ମେକଅପ୍‍ କରିବାକୁ ତାଙ୍କ ଘରେ ଆସି ପହଞ୍ଚିଥିଲେ। ମେକଅପ୍‍ କରି ପଳାଇଯିବା ପରେ କନ୍ୟା ପିନ୍ଧିଥିବା ସମସ୍ତ ଅଳଙ୍କାର ନ ଥିବା ଜଣାପଡ଼ିଥିଲା। ମେକଅପ୍‍ ସମୟରେ ଲୁଟ୍‍ପାଟ୍‍ ହୋଇଥିବା ଜାଣିବା ପରେ ପିତା ରଞ୍ଜନ ଥାନାରେ ଏତଲା ଦେଇଥିଲେ।

Comments are closed.