ବିଳମ୍ବିତ ରାତିରେ କେବିନ ତାଡି ଚୋରି, ଥାନାରେ ଅଭିଯୋଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ଏକ ପାନ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି । ଶନିବାର ସଂଧ୍ୟାରେ ଝାଟିପଡା ଗ୍ରାମର ମନ ବାରିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳେ ପୁଣି ଦୋକାନ ଖୋଲିବା ପାଇଁ ଆସି ଦେଖିଲା ବେଳକୁ କେବିନର ପଛପଟ ତାଡି ଦୋକାନରୁ ବାକ୍ସରେ ଥିବା ଟଙ୍କା ସହିତ ବିଭିନ୍ନ ପ୍ରକାର ବିସ୍କୁଟ, ସିଗାରେଟ, ମିକ୍ସଚର ଆଦି ପାଖା ପାଖି ୪ ରୁ ୫ ହଜାର ଟଙ୍କାର ଜିନିଷ ଚୋର ନେଇ ଯାଇଥିବା ଦେଖି ମନ ବାରିକ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments
Loading...