ଗ୍ରିଲ ଭାଙ୍ଗି ନଗଦ ଟଙ୍କା ସହ ସୁନା ଅଳଙ୍କାର ଚୋରି, ଥାନାରେ ଅଭିଯୋଗ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାରୁ ଗତ ବିଳମ୍ବିତ ରାତିରେ ଘରର ଗ୍ରିଲ ଭାଙ୍ଗି ନଗଦ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତୁରୁମୁଙ୍ଗାର ନିରଞ୍ଜନ କରଙ୍କ ପରିବାର ଘରେ ଶୋଇଥିବା ବେଳେ ଖାଲି ପଡିଥିବା ଏକ କୋଠରୀର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ମୁଦି, ହଳେ କାନଫୁଲ ଓ ହଳେ ରୁପା ପାଉଁଜି ସହ ନଗଦ ୬ହଜାର ୩ଶହ ଟଙ୍କା ଚୋରି କରି ଫେରାର ହୋଇ ଯାଇଛନ୍ତି । ଏନେଇ ନିରଞ୍ଜନଙ୍କ ପତ୍ନୀ ଝିଲି ରାଣୀ କର ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.