ଡିକି ଭାଙ୍ଗି ଅଢେ଼ଇ ଲକ୍ଷ ଟଙ୍କା ଲୁଟ

ଧର୍ମଗଡ଼: କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ଡିକି ଭାଙ୍ଗି ଅଢେ଼ଇ ଲକ୍ଷ ଟଙ୍କା ଲୁଟ ହୋଇଛି ।

ସୂଚନା ଅନୁଯାୟୀ, ଭୂବନେଶ୍ଵରୀ ରାଇସ ମିଲରେ ମୁନିମ ଭାବେ କାମକରୁଥିବା ବିରୁପାକ୍ଷ ମୁଣ୍ଡ ନାମକ ଜଣେ ଯୁବକ ଲଡୁଗାଁ ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠେଇବାକୁ ଆସିଥିଲେ । ଟଙ୍କା ଉଠେଇ ଡିକିରେ ରଖି ଜଣକ ସହ କଥା ହେବା ସମୟରେ ଏକ କଳା ପଲସର ବାଇକରେ ଦୁଇ ଜଣ ଦୃବୃତ୍ତ ଆସି ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଥିଲେ। କୋକସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.