ବନ୍ଧୁକ ଦେଖାଇ ଦୋକାନୀଙ୍କ ଠାରୁ ୬ ଲକ୍ଷ ଲୁଟ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲା ରାଇରଙ୍ଗପୁରର ବଜାରରେ ଥିବା ଏକ ପାନମସଲା ହୋଲସେଲ ଦୋକାନରେ ବୁଧବାର ରାତିରେ ଡ଼କାୟତି ହୋଇଛି। ଦୁର୍ବୃତ୍ତମାନେ ପ୍ରାୟ ୬ ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ରାତି ପ୍ରାୟ ୧୧ଟା ସମୟରେ କେତେ ଜଣ ହେଲମେଟ ଓ ମୁଖା ପିନ୍ଧା ଦୁର୍ବୃତ୍ତ ରୂପେଶ ମହାନ୍ତିଙ୍କ ଜାରୁଲ ଏଣ୍ଟରପ୍ରାଇଜର୍ସ ନାମକ ଦୋକାନକୁ ପ୍ରବେଶ କରିଥିଲେ। ପରେ ସେମାନେ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚି କରି ତଦନ୍ତ ଆରମ୍ଭ କରିଛି।

Comments are closed.