ସୁନା ଗହଣା ଲୁଟ ଅଭିଯୋଗରେ ୯ ମହିଳା ଲୁଟେରା ଗିରଫ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା  ଟିଟିଲାଗଡ ଆରପିଏଫ ଦ୍ବାରା ସୋମବାର ଟ୍ରେନରୁ ଜଣେ ମହିଳା ଯାତ୍ରୀଙ୍କ ଠାରୁ ସୁନା ଗହଣା ଲୁଟ ମାମଲାରେ ରାଜ୍ୟ ବାହାରର ୯ଜଣ ମହିଳା ଲୁଟେରାଙ୍କୁ ଗିରଫ କରାଯାଇଛି । ଲୁଟେରାମାନେ ହେଲେ,  ସୁରେଖା ଧିରଜ, ସଗୁନା ଜୟପାଲ, ଅନିତା ସୁରେଶ , କବିତା ଅଜୟ ଲୋଖଡ଼େ, ରେସମା ରୋଶନ, ସାରଦା ବନ୍ସି ମନ୍କର,  ଆସୁ ପାତ୍ରେ , ବିଜୟା ହାତଗଡ଼େ, ସୁଲଚନା ହାତଗଡ଼େ । ସମସ୍ତ ଲୁଟେରାଙ୍କୁ  ଟିଟିଲାଗଡ ଜିଆରପି ଦ୍ବାରା ସୋମବାର କୋର୍ଟ ଚାଲାଣ  କରାଯାଇଛି ।  ପୁର୍ବରୁ ଏହି ମହିଳାମାନଙ୍କ ବିରୁଦ୍ଧରେ ଟିଟିଲାଗଡ ପୁଲିସ ଥାନାରେ ବହୁ ଅପରାଧିକ ମାମଲା ରହିଛି

Comments are closed.