ଅଭିନବ ଉପାୟରେ ମହିଳାଙ୍କ ଠାରୁ ସୁନା ଲୁଟ

ପୁରୀ : ପୁରୀ ଏସସିଏସ କଲେଜ ଛକରେ ସୋମବାର ସକାଳେ ପୁଲିସ ପରିଚୟ ଦେଇ ୨ଜଣ ମହିଳାଙ୍କ ଠାରୁ ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୨ ଜଣ ମହିଳାଙ୍କୁ ଏତେ ପରିମାଣରେ ସୁନା ଗହଣା କାହିଁକି ପିନ୍ଧିଛ ବୋଲି କହି ପ୍ରଶ୍ନ କରିଥିଲେ ଓ ସମସ୍ତ ଗହଣାକୁ ଏକ କାଗଜରେ ବାନ୍ଧି ରଖିବାକୁ କହିଥିଲେ। କାଗଜ ପୁଡ଼ିଆରେ ଗହଣା ବାନ୍ଧିବା ପରେ ଦୁର୍ବୃତ୍ତ ତାହା ଦେଖିବାକୁ କହି ପୁଣି ଫେରାଇ ଦେଇ ସେଠାରୁ ଚମ୍ପଟ ମାରିଥିଲେ। ଏହାପରେ ମହିଳା କାଗଜ ପୁଡ଼ିଆ ଖୋଲିବା ପରେ ସେଥିରେ ଗହଣା ନଥିଲା।

Comments are closed.