ବନ୍ଧୁକ ଦେଖାଇ ବସ ଚାଳକ ଓ କଣ୍ଡକ୍ଟରଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ନିକଟ ଜଙ୍ଗଲୀ ରାସ୍ତାର ଜାମୁଡ଼ିହି ସାହି ଛକ ଠାରେ ଦୁର୍ବୃତ୍ତମାନେ ଏକ ଯାତ୍ରୀବାହୀ ବସକୁ ଅଟକାଇ ଚାଳକ ଓ କଣ୍ଡକ୍ଟରଙ୍କୁ ମାଡ଼ ମାରି ବନ୍ଧୁକ ଦେଖାଇ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାମୁଡ଼ିହି ସାହି ଛକ ଠାରେ ଦୁର୍ବୃତ୍ତମାନେ ପ୍ରଥମେ ବସକୁ ଅଟକାଇ ଚାଳକ ଓ କଣ୍ଡକ୍ଟରଙ୍କୁ ମାଡ଼ ମାରିଥିଲେ। ପରେ ସେମାନଙ୍କ ଠାରୁ ପ୍ରାୟ ୧୦ ହଜାରରୁ ଅଧିକ ଟଙ୍କା ଲୁଟ କରିଥିଲେ। ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ନୀଳଗିରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.