ବନ୍ଧୁକ ଦେଖାଇ ଲୁଟ୍

ବାଲେଶ୍ବର : ବାଲେଶ୍ଵର ଜିଲା ସୋର ଥାନା ଅନ୍ତର୍ଗତ ଦୟାବନ୍ଧଠାରେ ବୁଧବାର ବିଳମ୍ବିତ ରାତିରେ ଜଣେ ଗହଣା ଦୋକାନୀ ଓ ତାଙ୍କ ସମ୍ପର୍କୀୟ ଭାଇଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନୀ ପ୍ରଶାନ୍ତ କୁମାର ନାୟକ ଓ ସମ୍ପର୍କୀୟ ଭାଇ ସୁଶାନ୍ତ ବାରିକଙ୍କୁ ବନ୍ଧୁକ ଦେଖାଇବା ସହ ଧମକ, ମାଡ଼ ଦେଇ ୭୫ ହଜାର ଟଙ୍କାର ସୁନା ହାର, ନଗଦ ୨୫ ହଜାର ଟଙ୍କା ଓ ମୋବାଇଲ ଦୁର୍ବୃତ୍ତ ଲୁଟି ନେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ ଓ ସୁଶାନ୍ତ ଗହଣା ଦୋକାନ ବନ୍ଦ କରି ଘରକୁ ଫେରିଲା ବେଳେ ୫ଜଣ ଲୁଟେରା ୨ ବାଇକରେ ଦୋକାନଠାରୁ ସେମାନଙ୍କ ପିଛା କରି ମୁନିସିପାଲଟି ଦୟାବନ୍ଧଠାରେ ଲୁଟ୍ କରିଥିଲେ। ସେମାନେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତନାଘନା ଆରମ୍ଭ କରିଛି।

Comments are closed.