ଏଟିଏମରୁ ୨୫ ଲକ୍ଷ ଲୁଟ୍‌ ଅଭିଯୋଗ

ଯାଜପୁର: ଯାଜପୁର ସହରର ଅମ୍ବିକାଇ ଛକ ନିକଟରେ ଥିବା ଏକ ଷ୍ଟେଟ ବ୍ୟାଙ୍କର ଏଟିଏମରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ୨୫ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିବା ବେଳେ ଏଟିଏମ୍‌ ଟ୍ରେକୁ ତାଡି ନେଇ ଫେରାର ହୋଇଯାଇଛି। ଏନେଇ ଥାନରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଏଟିଏମ୍‌ରେ କାଉଣ୍ଟରରେ କଳାକନା ବୁଲାଇ ଦେଇଛନ୍ତି। ଗତକାଲି ଅପରାହ୍ନରେ ଏଟିଏମକୁ ଟଙ୍କା ଯୋଗାଣ କରୁଥିବା ସଂସ୍ଥା ଟିଏସଆଇ ପକ୍ଷରୁ ୨୮ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ୩ ଲକ୍ଷ ଟଙ୍କା ଗ୍ରାହକ ମାନେ ଉଠାଇଥିବା ବେଳେ ବାକି ୨୫ ଲକ୍ଷ ଟଙ୍କା ଦୁର୍ବତ୍ତମାନେ ଲୁଟି ନେଇଛନ୍ତି। କୌଣସି ପେଶାଦାର ଲୁଟେରା କଟର ସାହାଯ୍ୟରେ ମେସିନକୁ କାଟି ଟଙ୍କା ଟ୍ରେ ନେଇ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଯାଜପୁର ଏସପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଏହାର ଅଧିକ ତଦନ୍ତ ପାଇଁ ସାଇଂଟିପିଂକ୍ ଟିମର ସହାୟତା ଲୋଡା ଯାଇଛି। ତେବେ ଏଟିଏମରେ କୌଣସି ସୁରକ୍ଷାକର୍ମୀ ରହୁନଥିବାରୁ ବାରମ୍ବାର ଲୁଟ୍ ହେଉଥିବା ନେଇ ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ ଖୁବ ଶିଘ୍ର ଅପରାଧୀ ମାନେ ଧରାପଡିବେ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି।

Comments are closed.