ଆକ୍ରମଣ ପରେ ଯୁବକଙ୍କଠାରୁ ଲୁଟ୍ ଅଭିଯୋଗ

0

ବାଲେଶ୍ଵର: ଖଇରା ଥାନା ଘୁଷୁରୀ ଗଡ଼ିଆ ଗ୍ରାମର ଦୟାନିଧି ସାହୁଙ୍କ ପୁଅ ତପନ ସାହୁଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ନଗଦ ୩୦ ହଜାର ଟଙ୍କା ଓ ଏଟିଏମ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ତପନ ସାହୁଘରକୁ ଫେରୁଥିବା ସମୟରେ ଅଘାପଦା ପୋଲ ନିକଟରେ ୨ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ପ୍ରଥମେ ଏସିଡ୍ ମାଡ କରିଥିଲେ । ପରେ ଭୁଜାଲି ଓ ବାର ଲାଇଟରେ ଆକ୍ରମଣ କରିଥିଲେ । ତପନଙ୍କ ଠାରୁ ନଗଦ ଟଙ୍କା ଓ ଏଟିଏମ୍ ନେଇ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ତପନ କୌଣସିମତେ ବାପାଙ୍କୁ ଖବର ଦେବା ପରେ ଗ୍ରାମବାସୀଙ୍କ ସହାୟତାରେ ଖଇରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଖଇରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply