ବାଇକ ଡିକି ଭାଙ୍ଗି ସୁନା ଚୋରି ଅଭିଯୋଗ

ବ୍ରହ୍ମପୁର: ଜଣେ ବ୍ୟକ୍ତିଙ୍କ ବାଇକ ଡିକି ଭାଙ୍ଗି ସୁନା ଅଳଙ୍କାର ଚୋରି ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଡେଙ୍ଗାପଦର ଅଞ୍ଚଳର ଲୋକନାଥ ନାୟକ ବଡବଜାରର ଏକ ସୁନା ଦୋକାନରୁ ୧୦ ଗ୍ରାମ ସୁନା କିଣିବା ପରେ ତାକୁ ନିଜ ବାଇକ ଡିକିରେ ରଖିଥିଲେ। ସେଠାରୁ ଗିରିମାର୍କେଟ ଛକକୁ ଆସି ମୟୂରଟାୱାର ନିକଟରେ ଗାଡି ରଖି ଅନ୍ୟ କିଛି ଜିନିଷ କିଣିବାକୁ ଯାଇଥିଲେ। ହେଲେ ଜିନିଷ କିଣି ଫେରିବା ପରେ ତାଙ୍କ ବାଇକ ଡିକି ଭଙ୍ଗା ହୋଇଥିବା ବେଳେ ସେଥିରେ ସୁନା ଅଳଙ୍କାର ନଥିବା ଜାଣିବାକୁ ପାଇଥିଲେ। ଏ ନେଇ ଲୋକନାଥ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Comments are closed.