ଦମ୍ପତ୍ତିଙ୍କ ଠାରୁ ସୁନା ଅଳଙ୍କାର ଲୁଟ ଅଭିଯୋଗ

ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଅଟୋରେ ଯାଉଥିବା ଏକ ଦମ୍ପତ୍ତିଙ୍କ ଠାରୁ ମଙ୍ଗଳବାର ଦୁର୍ବୃତ୍ତମାନେ ସୁନା ଲୁଟ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଦମ୍ପତ୍ତି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଦମ୍ପତ୍ତି ଷ୍ଟେସନକୁ ଅଟୋକୁ ଯାଉଥିବା ସମୟରେ ଗୁରୁ କେଳୁ ଚରଣ ପାର୍କ ସମ୍ମୁଖରେ ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ଅଟୋକୁ ଅଟକାଇ ଥିଲେ। ଏହାପରେ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.