ଦିଲ୍ଲୀ ଚୋର ବାଲେଶ୍ବରରୁ ଗିରଫ

ବଲେଶ୍ବର: ଦିଲ୍ଲୀରୁ ଚୋରି ହୋଇଥିବା ଦଶ ଲକ୍ଷ ଟଙ୍କାର ଅଳଙ୍କାର ଚୋରକୁ ଶୁକ୍ରବାର ଓଡିଶାରୁ ଗିରଫ ହୋଇଛି । ସୋର ଥାନା ଅନ୍ତର୍ଗତ ମଙ୍ଗଳପୁର ରଘୁନାଥପୁରରୁ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲେ କରୁଣାକର ଦାସ । ତାଙ୍କୁ କୋର୍ଟରେ ହାଜର କରିବା ପରେ ଦିଲ୍ଲୀ ନିଆଯାଇଛି । ଅଭିଯୁକ୍ତ କରୁଣାକର ଦାସ ନୂଆଦିଲ୍ଲୀସ୍ଥିତ ଆଦର୍ଶ ନଗର ଥାନା ଅଧୀନରେ ଥିବା ରବୀନ୍ଦ୍ର ଖାରି ନାମକ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲା । ଗତ ଜୁନ ୩ରେ ଘରେ କେହି ନଥିବେ ବେଳେ ହୀରା ଓ ସୁନାଗହଣା ଲୁଟି ଫେରାର ହୋଇଯାଇଥିଲା।

Comments are closed.