ଘର ମାଲିକଙ୍କୁ ବାନ୍ଧି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ଝାରସୁଗୁଡା : ଜ଼ିଲ୍ଲା ଲଇକେରକ୍ଷ ଥାନା ବାଗଡ଼ିହି ଅଞ୍ଚଳରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟଅଞ୍ଚଳର ଶ୍ୟାମଲକ୍ଷ୍ମନ୍ ଅଗ୍ରୱାଲଙ୍କ ଘରୁ ଲୁଟ୍ ହୋଇଥିବା ଜଣାପଡିଛି । ବୁଧବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ଏବଂ ସ୍ତ୍ରୀଙ୍କୁ ବାନ୍ଧି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟି ନେଇ ଦୁର୍ବୃତ୍ତ ଚମ୍ପଟମାନେ ମାରିଥିଲେ । ଏନେଇ ଶ୍ୟାମଲକ୍ଷ୍ମନ୍ ଲଇକେରକ୍ଷ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି ।

Comments are closed.