ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ

ଚଣ୍ଡିଖୋଲ : ଚଣ୍ଡିଖୋଲ ନିକଟସ୍ଥ ଏଚଡ଼ିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଶନିବାର ରାତିରେ ଦୁର୍ବୃତ୍ତ ତାଡ଼ି ନେଇଥିବା ଅଭିଯୋଗ ହୋଇଛି । ଏଟିଏମରେ କେତେ ଟଙ୍କା ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ରବିବାର ସକାଳ ସମୟରେ ଏଟିଏମକୁ ପଇସା ଉଠାଇବାକୁ ଯାଇଥିବା ସମ୍ପୂର୍ଣ୍ଣ ଏଟିଏମ ମେସିନ ନଥିବା ସ୍ଥାନୀୟଲୋକେ ଦେଖିପାଇବାକୁ ପାଇଥିଲେ ଏବଂ ପରେ ପୁଲିସକୁ ଘଟଣା ସଂପର୍କରେ ଖବର ଦେଇଥିଲେ ।

Comments are closed.