ପୋଷାକ ଉପରେ ଧ୍ୟାନ ଦେଲେ ଲାଗିବେ ଅଧିକ ସୁନ୍ଦର ଓ ଷ୍ଟାଇଲିସ

ସାଧାରଣତଃ ମୁହଁ ସହ ନିଜ ପୋଷାକ ଓ ଜୋତା ଚପଲ ଉପରେ ମଧ୍ୟରେ ଧ୍ୟାନ ଦେବା ଦ୍ୱାରା ଆପଣ ଅଧିକ ସୁନ୍ଦର ଓ ଷ୍ଟାଇଲିସ ଲାଗିବେ। ଆସନ୍ତୁ ଅଳ୍ପ ମୂଲ୍ୟରେ କେଉଁ ପ୍ରକାରର ଚପଲ ପିନ୍ଧି ଆପଣ ନିଜର ଓ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ। ଜାଣନ୍ତୁ ………
କାଜୁଆଲ ସ୍ୟାଣ୍ଡଲ –
ଆପଣ ବାହାରକୁ ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ସାମଗ୍ରୀ କିଣିବାକୁ ଯାଆନ୍ତୁ, ଏହି ପ୍ରକାରର ଚପଲ ପିନ୍ଧିପାରିବେ। ଏହି ପ୍ରକାରର ଚପଲ ବିଶେଷ କରି ଆପଣ ଖରାସମୟରେ ବାହାରକୁ ଗଲେ ବ୍ୟବହାର କରିବା ଖୁବ ଉତ୍ତମ ଅଟେ। କାରଣ ଏହା ପାଦରୁ ନିର୍ଗତ ହେଉଥିବା ଝାଳକୁ ଶୋଷଣ କରିବା ସହ ଆପଣଙ୍କୁ ଆରାମ ମଧ୍ୟ ଲାଗିଥାଏ।
ଫ୍ୟାନ୍ସି ଜୁତୀ –
ଏହି ପ୍ରକାରର ଜୁତୀ ଆପଣ ଜିନ୍ସ, ସ୍କର୍ଟ, ଗାଉନ ସହ ପିନ୍ଧି ବିଭିନ୍ନ ସ୍ଥାନକୁ ଯାଇପାରିବେ। ଏହା ଆପଣଙ୍କ ପାଦକୁ ଖୁବ ସୁନ୍ଦର ଓ ଷ୍ଟାଇଲିସ କରିଥାଏ।
ରାଜସ୍ଥାନୀ ଜୁତୀ –
ଏହି ପ୍ରକାରର ଜୁତୀର ଖୁବ ଚାହିଦା ରହିଛି। ଏହା ପାଦକୁ ଖୁବ ଆରାମ ପ୍ରଦାନ କରିଥାଏ। ପାଦର ସୌନ୍ଦର୍ୟ୍ୟକୁ ବଢାଇଥାଏ। ଯେକୌଣସି ସ୍ଥାନକୁ ଆପଣ ଏହାକୁ ପିନ୍ଧି ଯାଇପାରିବେ।
ବେଜେସ ହିଲ୍ସ –
କମ ଉଚ୍ଚତା ଝିଅ ମାନଙ୍କ ପାଇଁ ଏହି ଚପଲ ଉତ୍ତମ ଅଟେ। ଏହାର ଦାମ ମଧ୍ୟ ଅଧିକ ନୁହେଁ। ଏହି ଚପଲ ମଧ୍ୟ ଆପଣଙ୍କ ପାଦର ସୌନ୍ଦର୍ୟ୍ୟକୁ ବଢାଇଥାଏ।
ପଞ୍ଜାବୀ ଜୁତୀ –
ଏହାକୁ ଆପଣ ଜିନ୍ସ, ଗାଉନ, ସ୍କର୍ଟ ସହ ପିନ୍ଧିପାରିବେ। ଏହା ପାଦକୁ ଏକ ଭିନ୍ନ ଲୁକ ଦେଇଥାଏ।