କୋଲକତାର ପୂର୍ବତନ ପୁଲିସ କମିଶନରଙ୍କ ନାମରେ ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ

ନୂଆଦିଲ୍ଲୀ .- ଶାରଦା ଚିଟଫଣ୍ଡ ମାମଲାରେ କୋଲକତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ନାମରେ ସିବିଆ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି । ରାଜୀବ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବେଶ୍ ପାଖ ଲୋକ ଭାବେ ଜଣାଶୁଣା । ରାଜୀବ କୁମାର ଘରେ ଉପସ୍ଥିତ ନଥିଲେ । ଶନିବାରରେ ରାଜୀବ କୁମାରଙ୍କୁ ପଚରା ଉଚରା ପାଇଁ ସିବିଆଇ ଡକାଇଥିଲା । ମାତ୍ର ସେ ଏଥିରେ ସହଯୋଗ କରି ନଥିଲେ ।
ଆସନ୍ତା ବର୍ଷେ ମଧ୍ୟରେ ରାଜୀବ କୁମାର ବିଦେଶଯାତ୍ରା ପାଇଁ ବିମାନ ବନ୍ଦର କିମ୍ବା ବନ୍ଦରକୁ ଗଲେ ତାଙ୍କୁ ଗିରଫ କରାଯାଇପାରେ । ଏହାପରେ ତାଙ୍କୁ ସିବିଆଇକୁ ହସ୍ତାନ୍ତର କରାଯିବ । ସେ ଯେପରି ଦେଶ ଛାଡି ନ ଯାଇ ପାରନ୍ତି ସେଥିପାଇଁ ସମସ୍ତ ବିମାନବନ୍ଦରକୁ ସୂଚନା ଦିଆଯାଇଛି ।

୨୫୦୦ କୋଟି ଟଙ୍କା ଶାରଦା ଚିଟ୍‌ଫଣ୍ଡ ଦୁର୍ନିତୀରେ ରାଜୀବ କୁମାରଙ୍କୁ ପୂର୍ବରୁ ପଚରା ଉଚରା କରାଯାଇଛି। ପୂର୍ବୁର ରାଜୀବ କୁମାର ପଶ୍ଚିମବଙ୍ଗ ପୁଲିସ ସହ ଏହାର ଅନୁସନ୍ଧାନ କରୁଥିଲେ । ମାତ୍ର ଏଥିରେ ସେ ଅନେକ ତଥ୍ୟ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ରାଜୀବକୁମାରଙ୍କୁ ସିବିଆଇ ପଚରା ଉଚରା କରିବାକୁହାଯ।ଇଥିବା ବେଳେ ସିବିଆଇର ତଦନ୍ତକାରୀ ଦଳକୁ ପୁଲିସ ଗିରଫ କରିଥିଲା । ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସମୟରେ ଏକ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜୀବ କୁମାର ତଦନ୍ତରେ ସହଯୋଗ କରୁ ନଥିବାରୁ ତାଙ୍କୁ ହେପାଜତକୁ ନେଇ ତଦନ୍ତ କରିବା ଆବଶ୍ୟକ ବୋଲି ସିବିଆଇ ଉଚ୍ଚତମ ନ୍ୟାୟାଳୟକୁ ସୂଚନା ଦେଇଛନ୍ତି ।

Comments are closed.