ସାହାଯ୍ୟ ମାଗି ଯୁବକଙ୍କୁ ଲୁଟିଲେ ୨ ଯୁବତୀ

0

ନୂଆଦିଲ୍ଲୀ: ରାସ୍ତା କଡରେ ଦୁଇ ଜଣ ଯୁବତୀ ଚିତ୍କାର କରି ସାହାଯ୍ୟ ମାଗୁଥିଲେ । ତାଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିବା ଯୁବକଙ୍କର ପର୍ସ ସହ ମୋବାଇଲ୍‌ ଏହି ଦୁଇଜଣ ଯୁବତୀ ଲୁଟି ନେଇଥିଲେ । ଏପରି ଘଟଣା  ଦିଲ୍ଲୀରେ ଘଟିଛି ।  ଦିଲ୍ଲୀର ମୂଲଚାନ୍ଦ ମେଟ୍ରୋ ଷ୍ଟେସନ ନିକଟରେ ଏହି ଦୁଇଜଣ ମହିଳା ଏକୁଟିଆ ଯାଉଥିବା ଲୋକଙ୍କୁ ଏହି ଢଙ୍ଗରେ ଲୁଟୁ ଥିଲେ ।

ଶନିବାର ରାତିରେ ଯୁବକ ଜଣଙ୍କ ମଟରସାଇକେଲ୍‌ରେ ଏକୁଟିଆ ଆସୁଥିବା ବେଳେ ଦୁଇଜଣ ଯୁବତୀ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଯୁବକ ଜଣଙ୍କ ତାଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିବା ପରେ ସେମାନେ ତାଙ୍କୁ ଲୁଟିଥିଲେ । ଯୁବକ ଜଣଙ୍କ ଲୁଟ୍‌ରେ ଶିକାର ହେବା ପରେ ଚିତ୍କାର କରିବା ସହ ନିଜ ପର୍ସ ପାଇଁ ସେମାନଙ୍କ ପଛରେ ଦଉଡିଥିଲେ । ନିକଟରେ ଥିବା ଏକ ପୁଲିସ ପାଟ୍ରୋଲିଂ ଭ୍ୟାନର କର୍ମଚାରୀ ଏହା ଦେଖିବା ପରେ ଯୁବତୀ ଦୁଇଜଣଙ୍କୁ ଗୋଡାଇ ଧରିଥିଲେ । ଲୁଟେରା ଯୁବତୀମାନଙ୍କ ନିକଟରୁ ଯୁବକଙ୍କର ପର୍ସ ଜବତ କରାଯାଇଛି ।

ଗିରଫ ହୋଇଥିବା ଦୁଇଜଣ ୨୪ ଓ ୨୫ ବର୍ଷ ବୟସ୍କା ଓ ସବୁ ବେଳେ ଲୁଟ କରିଥାଆନ୍ତି ।  ଗତ ଦୁଇ ମାସ ମଧ୍ୟରେ ସେମାନେ ୬ଜଣଙ୍କୁ ଲୁଟିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଲୁଟିବା ପରେ ତାଙ୍କନାମରେ ମାମଲା ରୁଜୁ କଲେ ସେମାନେ ପୁଲିସରେ ଓଲଟା ଅଭିଯୋଗ କରିବେ ବୋଲି ଧମକ ଦେଉଥିବା କଥା କହିଛନ୍ତି । ଏହି ଦୁଇଜଣଙ୍କୁ ପୁଲିସ ଗିରିଫ  କରିବା ପରେ କୋର୍ଟ ଚାଲାଣ କରିଛି  ।

Leave A Reply