ଶିବଭକ୍ତଙ୍କ ହାତରେ ୩୬୧ ଫୁଟ ଦୀର୍ଘ ଜାତୀୟ ପତାକା

0

ମୁଜାଫରନଗର : ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଯବାନଙ୍କ ସମ୍ମାନାର୍ଥେ ୩୫ଜଣ କନୱର ତୀର୍ଥଯାତ୍ରୀ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ସେମାନେ ୩୬୧ଫୁଟ ଦୀର୍ଘ ଜାତୀୟ ପତାକା ଧରି ତୀର୍ଥଯାତ୍ରାରେ ବାହାରିଛନ୍ତି। ଶନିବାର ଦିଲ୍ଲୀ-ଡେରାଡୁନ୍‍ ଜାତୀୟ ରାଜପଥରେ ଉତ୍ତରପ୍ରଦେଶର ମୁଜାଫରନଗରଠାରେ ଏହି ସୁଦୀର୍ଘ ପାତାକାକୁ ଦେଖି ଲୋକେ ବିସ୍ମିତ ହୋଇଛନ୍ତି।
ପ୍ରତିବର୍ଷ ବୁଲନ୍ଦସର ଅନ୍ତର୍ଗତ କେଶୋପୁର ସାତ୍‍ଲାର ଶିବଭକ୍ତମାନେ ଏଭଳି ଯାତ୍ରାର ଆୟୋଜନ କରିଥାନ୍ତି; ଯାହାକୁ କନୱର ଯାତ୍ରା କୁହାଯାଏ। ଏହି ଯାତ୍ରାରେ ପ୍ରତିବର୍ଷ ପ୍ରାୟ ୫୦ଲକ୍ଷ ଭକ୍ତ ସାମିଲ ହୋଇଥାନ୍ତି। ସେମାନେ ଗଙ୍ଗୋତ୍ରି ଓ ହରିଦ୍ୱାରର ହର୍‍ କି ପୌରୀରୁ ଗଙ୍ଗା ଜଳ ସଂଗ୍ରହ ପୂର୍ବକ ନିଜ ଗାଁ ଅଭିମୁଖେ ଯାତ୍ରା କରିଥାନ୍ତି। ଅଗଷ୍ଟ ୯ରେ ସମ୍ପୃକ୍ତ ଅଞ୍ଚଳରେ ପାଳିତ ହେଉଥିବା ଶିବରାତ୍ରିରେ ସେମାନେ ଉକ୍ତ ଜଳ ଶିବ ମନ୍ଦିରରେ ଢ଼ାଲନ୍ତି। ଚଳିତ ବର୍ଷ ଏହି ତୀର୍ଥଯାତ୍ରୀମାନେ ଈଶ୍ୱର ଭକ୍ତି ସହିତ ଦେଶଭକ୍ତିର ପରିଚୟ ଦେବାକୁ ଯାଇ ଏଭଳି ସୁଦୀର୍ଘ ପତାକା ଧରି ଯାତ୍ରା କରୁଛନ୍ତି।

Leave A Reply