ଦୀର୍ଘ ଦିନର ଆଶା ପୂରଣ ହେଲା ; ସାଧୁବାଦ୍ ଜଣାଇଲେ ଅଂଚଳବାସୀ

ନର୍ଲା : କଳାହାଣ୍ଡି ଜିଲ୍ଲା କୁଶୁର୍ଲା, ଯୋରାଡୋବରା ଅଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ନଥିବାରୁ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି। ଏହାକୁ ନେଇ ଉକ୍ତ ଅଂଚଳରେ ସଂପୃକ୍ତ ବ୍ୟାଙ୍କର ଶାଖାଟିଏ ଖୋଲିବା ପାଇଁ ଦାବି ହୋଇଆସୁଥିଲା। ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ଚିତରଞ୍ଜନ ମଣ୍ଡଳ ଉକ୍ତ ଅଂଚଳକୁ ଗସ୍ତ କରିବା ସମୟରେ ଅଂଚଳବାସୀ ଏହି ଦାବୀ ଜଣାଇଥିଲେ। ଶ୍ରୀ ମଣ୍ଡଳ ଏହି ସଂକ୍ରାନ୍ତରେ ମାନ୍ୟବର ସାଂସଦ ସୁଜିତ୍ କୁମାର ସେଠ୍ ଓ ମାନ୍ୟବର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଲିଖିତ ଅବଗତ କରାଇବା ପାଇଁ ଜଣାଇଥିଲେ। ପରେ ଅଂଚଳବାସୀ ସମୁହ ଅସୁବିଧାକୁ ଲିଖିତ ଶ୍ରୀ ମଣ୍ଡଳଙ୍କର ଜରିଆରେ ସାଂସଦ ଏବଂ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହାପରେ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏହି ସଂକ୍ରାନ୍ତରେ ଅବଗତ କରାଇଥିଲେ। ଫଳସ୍ୱରୂପ ଯୋରାଡୋବରା ଛକରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ଖୋଲିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପତ୍ରାଙ୍କ ନମ୍ବର ବିପିଆର୍-ଆଇଟି୨୦୨୦/୨୧/୩୯୭ ତା.୦୬.୦୩.୨୦୨୧ ଅନୁଯାୟୀ ମନ୍ତ୍ରୀ କ୍ୟାପଟେନ୍ ମିଶ୍ରଙ୍କୁ ଅବଗତ ବ୍ୟାଙ୍କ ଜେନେରାଲ୍ ମ୍ୟାନେଜର ଅବଗତ କରାଇଛନ୍ତି। ଏହା ଜଣାପଡିବା ପରେ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି। ଦୀର୍ଘ ଦିନରୁ ଭୋଗୁଥିବା ସମସ୍ୟାର ସମାଧାନ ପାଇଁ ଶ୍ରୀ ମଣ୍ଡଳଙ୍କ ଚେଷ୍ଟା ତଥା ସାଂସଦ ସୁଜିତ୍ କୁମାର ସେଠ୍ ଓ ମନ୍ତ୍ରୀ କ୍ୟାପଟେନ୍ ମିଶ୍ରଙ୍କ ଆନ୍ତରିକ ସହଯୋଗ ପ୍ରତି ଅଂଚଳବାସୀ ସାଧୁବାଦ୍ ଜଣାଇଛନ୍ତି। ଖୁବ୍ ନିକଟବର୍ତୀ ସମୟରେ ବ୍ୟାଙ୍କ ଉକ୍ତ ଛକରେ ପ୍ରତିଷ୍ଠା ହେବ ବୋଲି ଜଣାପଡିଛି।

Comments are closed.