ବଜେଟ – ୨୦୨୦ : ଦୀର୍ଘ ବଜେଟ ଅଭିଭାଷଣ ପାଇଁ ଇତିହାସ ସୃଷ୍ଟି କଲେ ସୀତାରମଣ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨ଘଣ୍ଟା ୪୦ ମିନିଟର ଦୀର୍ଘ ଅଭିଭାଷଣ ମାଧ୍ୟମରେ ଶନିବାର ଲୋକସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକୁ ସ୍ବାଧୀନ ଭାରତ ଇତିହାସରେ ସବୁଠାରୁ ଦୀର୍ଘ କାଳୀନ ବଜେଟ ଭାଷଣ କୁହାଯାଉଛି । ସେହିପରି ୨୦୧୯ରେ ମଧ୍ୟ ସେ ୨ଘଣ୍ଟା ୧୭ ମିନିଟ୍ ସମୟ ନେଇ ବଜେଟ ଉପସ୍ଥାପନ କରିଥିଲେ। ​ତେବେ ଏହା ପୂର୍ବରୁ ୨୦୦୩ରେ ଯଶୱନ୍ତ ସିଂହ ୨ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ନିଜର ବଜେଟ୍ ଭାଷଣ ପଢିଥିଲେ।

ତେବେ ଶ୍ରୀମତୀ ସୀତାରମଣ ଆଜି ପ୍ରାୟ ୨ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ବଜେଟ୍ ଭାଷଣ ପଢିଥିଲେ। ବଜେଟ୍ ଭାଷଣର ଶେଷ ଆଡକୁ ଗଳା ଖରାପ ହେବାରୁ ଅର୍ଥମନ୍ତ୍ରୀ ଶେଷ ଦୁଇ-ତିନି ପୃଷ୍ଠା ପଢିପାରିଲେ ନାହିଁ । ଶେଷରେ ବାଚସ୍ପତିଙ୍କ ଅନୁମତି ନେଇ ତାକୁ ନ ପଢି ସଦନ ପଟଳରେ ରଖିଦେଲେ। ତାଙ୍କ ବଜେଟ ଅଭିଭାଷଣରେ ସେ ଅନେକ ସଂସ୍କାରମୂଳକ ପଦକ୍ଷେପ ସହ ଟିକସ ବ୍ୟବସ୍ଥାରେ ସରଳୀକରଣ ନେଇ ଘୋଷଣା କରିଛନ୍ତି।

 

 

Comments are closed.