ଆଜି ‘ଲଲିପପ୍ ଦିବସ’

ଆଜି ‘ଲଲିପପ୍ ଦିବସ’। ଲଲିପପ୍ ପିଲାଙ୍କର ଅତି ପ୍ରିୟ। ତେବେ ଏହାର ବି ଏକ ଇତିହାସ ରହିଛି। ମିଠା ଜିନିଷରେ ଲଲିପପ୍ ଭଳି ତିଆରି କରିବା କଳା ପ୍ରଥମେ ପ୍ରାଚୀନ ଇଜିପ୍ଟରେ ଦେଖାଯାଉଥିଲା। ପ୍ରକୃତରେ ପିଲାମାନଙ୍କୁ କିଛି ଔଷଧ ଦେବାର ଥିଲେ ସେମାନେ ମିଠାରେ ବୋଳି ଲଲିପପ୍ ଭଳି ଧରାଇ ଦେଉଥିଲେ। ତେବେ ଧୀରେଧୀରେ ଲଲିପପ୍ ବଡ଼ମାନଙ୍କର ମଧ୍ୟ ପ୍ରିୟ ହୋଇଗଲା। ଆଜିକାଲି ବହୁ ପ୍ରକାରର ଲଲିପପ୍ ବଜାରରେ ମିଳିଲାଣି। ତେବେ ସର୍ବପ୍ରଥମେ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ‘ଲଲିପପ୍’ ଶବ୍ଦର ପ୍ରଚଳନ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ୧୮୯୧ରେ ଜର୍ଜ ସ୍ମିଥ୍ ଆଧୁନିକ ଲଲିପପ୍ ନିର୍ମାଣ କରିବା ସହ ଜନସାଧାରଣଙ୍କୁ ବିକ୍ରି କରିଥିଲେ। ତେବେ ମ୍ୟାକ୍ଆଭିନେ କ୍ୟାଣ୍ଡି କମ୍ପାନୀ ୧୯୦୫ରୁ ସର୍ବସାଧାରଣଙ୍କ ପାଇଁ ଏହାର ଉତ୍ପାଦନ ଅାରମ୍ଭ କରିଥିଲା। ତେବେ ୧୯୩୧ରେ ବ୍ରାଡଲି ସ୍ମିଥ୍ କମ୍ପାନୀ ତାଙ୍କର କ୍ୟାଣ୍ଡି ପାଇଁ ‘ଲଲିପପ୍’ ନାମଟିକୁ ପେଟେଣ୍ଟ୍ କରିଥିଲା। n