ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା – କିଛି ଗୁରୁତ୍ୱପୂର୍ଣ କଥା

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରକାଶ କରିଛି ୧୮୪ ଜଣ ପ୍ରାର୍ଥୀଙ୍କ ତାଲିକା ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ କଥା।
୧. ଗାନ୍ଧିନଗରରେ ଲାଲକୃଷ୍ଣ ଆଡ଼ଭାନୀଙ୍କ ବଦଳରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ରଣାଙ୍ଗନରେ ଅବତୀର୍ଣ ହେବେ। ତେବେ ଗାନ୍ଧିନଗରରୁ ୬ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଲାଲକୃଷ୍ଣ ଆଡ଼ଭାନୀଙ୍କ ଟିକେଟ ପ୍ରଥମ ଥର କଟିଛି।
୨. ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ଷ୍ନୌରୁ ଗୃହ ମନ୍ତ୍ରୀ ରାଜନାଥ ସିଂହ ନିର୍ବାଚନ ଲଢ଼ିବେ।
୩. ଉତ୍ତରପ୍ରଦେଶର ୨୮ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ସାଂସଦ ଥିବା ୬ଜଣଙ୍କ ଟିକେଟ କଟିଛି।
୪. ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ମୃତି ଇରାନୀ ଆମେଠିରୁ ଲଢ଼ିବେ। ୨୦୧୪ରେ ସ୍ମୃତି, ରାହୁଲଙ୍କ ଠାରୁ ପରାସ୍ତ ହୋଇଥିଲେ।
୫. ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ହେମା ମାଳିନୀ, ସ୍ମୃତି ଇରାନୀ, ପୁନମ ମହାଜନଙ୍କ ସମେତ ୨୧ ଜଣ ମହିଳାଙ୍କୁ ଟିକେଟ ମିଳିଛି।
୬. ଛତିଶଗଡ଼ ପାଇଁ ୫ଜଣଙ୍କ ନାମ ଘୋଷଣା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସାଂସଦଙ୍କ ମଧ୍ୟରୁ କେହି ଟିକେଟ ପାଇନାହାନ୍ତି।
୭. ରାଜସ୍ଥାନ ପାଇଁ ଘୋଷିତ ୧୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ଜଣ ବର୍ତ୍ତମାନ ସାଂସଦ ଅଛନ୍ତି।
୮. ନାଗପୁରରୁ ପୁଣି ନିର୍ବାଚନ ଲଢ଼ିବେ ନୀତିନ ଗଡ଼କରୀ।
୯. କୋଲକାତା ଦକ୍ଷିଣ ଆସନରୁ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରପୌତ୍ର ଚନ୍ଦ୍ର କୁମାର ବୋଷଙ୍କୁ ଟିକେଟ ମିଳିଛି।

Leave A Reply