ରାଫେଲ ରହସ୍ୟ ଖୋଲିବେ ଅନ୍ନା!

0

ନୂଆଦିଲ୍ଲୀ : ଦୁର୍ନୀତି ବିରୋଧୀ ସାମାଜିକ କର୍ମୀ ଅନ୍ନା ହଜାରେ ଖୁବଶୀଘ୍ର ରାଫେଲ ଦୁର୍ନୀତି ସମ୍ବନ୍ଧୀୟ କେତେକ ଦସ୍ତାବିଜ ସାର୍ବଜନୀନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି କାରବାର ସମ୍ବନ୍ଧୀୟ କେତେକ ଦସ୍ତାବିଜ ତାଙ୍କର ହସ୍ତଗତ ହୋଇଛି ଯାହାକୁ ଦୁଇ ଦିନ ମଧ୍ୟରେ ଅଧ୍ୟୟନ କରିବେ। ପରେ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଦସ୍ତାବିଜକୁ ସେ ସାର୍ବଜନୀନ କରିବେ ବୋଲି ପ୍ରକାଶ କରିଛନ୍ତି। ଏଥିସହ ରାଫେଲ ବିମାନ କ୍ରୟ ଲାଗି ବୁଝାମଣା ହେବାର ଏକ ମାସ ପୂର୍ବରୁ ଗଠନ ହୋଇଥିବା ଏକ କମ୍ପାନୀକୁ କିଭଳି ଏହି କାରବାରର ସହଯୋଗୀ କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଲୋକପାଳ ପ୍ରତିଷ୍ଠା ହୋଇଥିଲେ ରାଫେଲ ଦୁର୍ନୀତି ଘଟି ନ ଥାଆନ୍ତା ବୋଲି ଅନ୍ନା ଦର୍ଶାଇଛନ୍ତି। ଉଲ୍ଲେଖ ଯେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଆସିବା ସତ୍ତ୍ବେ କେନ୍ଦ୍ର ସରକାର ଲୋକପାଳ ନିଯୁକ୍ତ କରିବାରେ ବିଫଳ ହୋଇଥିବାରୁ ଏହାର ପ୍ରତିବାଦରେ ଅନ୍ନା ଜାନୁଆରୀ ୩୦ରୁ ପୁନଃ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି।

Leave A Reply