ଲୋକପାଳ ୱେବ୍‍ସାଇଟ୍‍ ଉନ୍ମୋଚିତ

ନୂଆଦିଲ୍ଲୀ: ଲୋକପାଳ ଅଧ୍ୟକ୍ଷ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଗୁରୁବାର ଲୋକପାଳ ୱେବ୍‍ସାଇଟ୍‍ର ଶୁଭାରମ୍ଭ କରିଛନ୍ତି। ଲୋକପାଳ ୱେବ୍‍ସାଇଟ୍‍ର ଠିକଣା ହେଉଛି www.lokpal.gov.in। ଲୋକପାଳ ଅଧ୍ୟକ୍ଷ ନୂଆଦିଲ୍ଲୀରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ୱେବ୍‍ସାଇଟ୍‍ରେ ଲୋକପାଳର କାର୍ଯ୍ୟଶୈଳୀ ଓ କାର୍ଯ୍ୟ ସମ୍ପାଦନା ସମ୍ବନ୍ଧୀୟ ସମସ୍ତ ମୌଳିକ ତଥ୍ୟ ଉପଲବ୍ଧ ହେବ। ଏଥିରେ ଅନଲାଇନ ମାଧ୍ୟମରେ ଅଭିଯୋଗ ବ୍ୟବସ୍ତା ରହିଛି।

ଇତି ମଧ୍ୟରେ ଏପ୍ରିଲ ୧୬ ତାରିଖ ସୁଦ୍ଧା ମିଳିଥିବା ସମସ୍ତ ଅଭିଯୋଗର ସମାଧାନ ହୋଇଥିବା ଜଣାପଡିଛି। ଏପ୍ରିଲ ୧୬ ତାରିଖ ପରେ ମିଳିଥିବା ଅଭିଯୋଗ ଗୁଡିକର ଏବେ ପରୀକ୍ଷା ନିରୀକ୍ଷା କରାଯାଉଛି।

Comments are closed.