ରାହୁଲଙ୍କୁ ମୁଖ୍ୟ ୱିକେଟକିପର ଭାବେ ଗ୍ରହଣ କରାନଯାଉ : କୈଫ

ନୂଆଦିଲ୍ଲୀ: ଲୋକେଶ ରାହୁଲ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ । ୱିକେଟକିପର ଦାୟିତ୍ବ ପ୍ରଦାନ କରାଗଲେ ଅତିରିକ୍ତ ଚାପ ରହିବ। ଯାହା ବ୍ୟାଟିଂକୁ ପ୍ରଭାବିତ କରିବାର ମଧ୍ୟ ଆଶଙ୍କା ରହିଛି। ରାହୁଲଙ୍କୁ ମୁଖ୍ୟ ୱିକେଟକିପର ଭାବେ ଗ୍ରହଣ କରାଯିବା ବଦଳରେ କାମଚଳା ୱିକେଟକିପର ଭାବେ ଗ୍ରହଣ କରାଯାଉ ବୋଲି ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ କହିଛନ୍ତି।

ରାହୁଲ ଭାରତୀୟ ଦଳର ମୁଖ୍ୟ ୱିକେଟକିପର ଭାବେ ଗ୍ରହଣ କରାଯିବାକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ମୁଁ ଏଥିରେ ସହମତି ନୁହେଁ। ମୋ ମତରେ ରାହୁଲଙ୍କୁ ମୁଖ୍ୟ ୱିକେଟକିପର ଭାବେ ନେବା ଅପେକ୍ଷା ଦଳରେ କାମଚଳା ୱିକେଟକିପର ଭାବେ ନେବା ଲାଭଦାୟକ ହେବ। ଅନେକ ସମୟରେ ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଭାବେ ଅତିରିକ୍ତ ଚାପ ରହିଥାଏ। ଆହତ ହେବାର ମଧ୍ୟ ନଜର ରହିଛି। ଉକ୍ତ ଆହତକୁ ପୂରଣ କରିବାରେ ରାହୁଲ ସକ୍ଷମ ହୋଇପାରିବେ।

Comments are closed.