ସର୍ବସାଧାରଣଙ୍କ ପାଇଁ ୫ ଦିନ ଖୋଲିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ବର:ଶୀତଦିନରେ ବିଭିନ୍ନ କିସମର ଫୁଲର ସମ୍ଭାର ଲୋକସେବା ଭବନ ଉଦ୍ୟାନ ଜନସାଧାରଣଙ୍କ ଉଦେଶ୍ୟରେ ଖୋଲିବ। ଜାନୁଆରୀ ମାସର ୫ ଦିନ ପାଇଁ  ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକସେବା ଭବନ ପାର୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନର୍ଦେଶ ଦେଇଛନ୍ତି। ଜନସାଧାରଣ ଲୋକସେବା ଭବନ ଉଦ୍ୟାନକୁ ଜାନୁଆରୀ ୧୧,୧୨,୧୯,୨୫ ଏବଂ ୨୬ ତାରିଖରେ ପରିଭ୍ରମଣ ପାଇଁ ଯାଇପାରିବେ। ଏହି ୫ ଦିନ ଅପରାହ୍ନ ୩ ଟାରୁ ୫.୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଲୋକସେବା ଭବନର ଏକ ନମ୍ବର ଗେଟ୍ ମଧ୍ୟ ଦେଇ ପ୍ରବେଶ କରି ଉଦ୍ୟାନରେ ଥିବା ବିଭିନ୍ନ ଫୁଲର ସମ୍ଭାରକୁ ଉପଭୋଗ କରିପାରିବେ।

Comments are closed.