ବଲାଙ୍ଗିର ସିଭିଲ କୋର୍ଟରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ -୭କୋଟି ୬୪ଲକ୍ଷ ୪ହଜାର ୨୯୪ ଟଙ୍କା ଆଦାୟ

ବଲାଙ୍ଗିର :ଶନିବାର ବଲାଙ୍ଗିର ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବଲାଙ୍ଗିର ଜିଲା ସହ ଜିଲାରେ ଥିବା ସମସ୍ତ ତାଲୁକସ୍ତରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ।
ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୮ଟି ଦେୱାନୀ ମାମଲାର ଫଇସଲା କରାଯାଇଥିଲା । ସେହିପରି ୪୬ଟି ବ୍ୟାଙ୍କ ମାମଲାର ସମାଧାନ କରାଯାଇ ୧୦କୋଟି ୮ଲକ୍ଷ ୫୫ହଜାର ୮୭.୯୮ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୧୪ଟି ମୋଟର୍‌ ଦୁର୍ଘଟଣା ଜନିତ ମାମଲାର ଫଇସଲା କରି ୯୨ଲକ୍ଷ ୫୩ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ କରାଯାଇଥିଲା । ୨୩୧ଟି ଫୌଜଦାରୀ ମାମଲାରେ ଫଇସଲା କରାଯାଇ ୮ଲକ୍ଷ ୫୮ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା । ୧୧୪ଟି ପ୍ରାକ ମାମଲାର ସମାଧାନ କରାଯାଇ ୭କୋଟି ୬୪ଲକ୍ଷ ୪ହଜାର ୨୯୪ ଟଙ୍କା ଆଦାୟ ସହ ୧୫ଟି ପାରିବାରିକ ମାମଲାର ଫଇସଲା କରାଯାଇଥିଲା ।

ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶରେ
ଅନୁଷ୍ଠିତ ଏହି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପାରିବାରିକ କୋର୍ଟର ନ୍ୟାୟାଧିଶ ବେଣୁଧର ପାତ୍ର, ଭିଜିଲାନ୍ସ କୋର୍ଟର ନ୍ୟାୟାଧିଶ ଅଜନ୍ତା ଷଡଙ୍ଗୀ, ଅତିରିକ୍ତ ଜିଲା ନ୍ୟାୟାଧିଶ(ପ୍ରଥମ) ଇତିଶ୍ରୀ ମହାପାତ୍ର, ରାଜିଷ୍ଟ୍ରାର ଅମିତ କୁମାର ବାରିକ, ସିଭିଲ୍‌ ନ୍ୟାୟାଧିଶ ଜ୍ୟୋତିରଞ୍ଜନ ଦାଶ, ଅତିରିକ୍ତ ସିଭିଲ ନ୍ୟାୟଧିଶ(ବରିଷ୍ଠ) ସସ୍ମିତା ନନ୍ଦିନୀ ତ୍ରିପାଠୀ, ସିଭିଲ୍‌ ନ୍ୟାୟାଧିଶ(କନିଷ୍ଠ) ସସ୍ମିତା ସେଠୀ, ଏସ୍‌ଡିଜେଏମ୍‌ ମନୋଜ ମହାନ୍ତି, ଜେଏମ୍‌ଏଫ୍‌ସି ପ୍ରକାଶ କୁମାର କର, ଜିଲା ନ୍ୟାୟାଧିଶର ସରକାରୀ ଅଧିବକ୍ତା(ପିପି) ସୁବାସ ଚନ୍ଦ୍ର ମହାନ୍ତି ଓ ଅନ୍ୟ ଓକିଲମାନେ ଉପସ୍ଥିତ ଥିଲେ । ଲୋକ ଅଦାଲତକୁ ଜିଲା ଆଇନସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିଲେ ।

Comments are closed.