ଲୋକସଭା ବାଚସ୍ପତି କରୋନାରେ ଆକ୍ରାନ୍ତ, ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ୧୯ ତାରିଖରେ ତାଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ରବିବାର ଦିଲ୍ଲୀ ଏମ୍‌ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ବର୍ତ୍ତମାନ ବାଚସ୍ପତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖିବା ଲାଗି ୨୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.