ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ପାଳିତ

ବୌଦ୍ଧ: ହରଭଙ୍ଗା ବ୍ଲକ ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ପାଳିତ । ମହୋତ୍ସବର ଦ୍ଵିତୀୟ ଦିନରେ ବିଭିନ୍ନ ପଞ୍ଚାୟତର ଅନେକ ଗାଁରୁ ବହୁସଂଖ୍ୟକ ଗୋପାଳକ ଓ କୃଷକ ମାନଙ୍କୁ ନେଇ ଗୋପାଳନ ଓ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି । ବାଉଁଶୁଣୀର ପ୍ରାଣୀ ଚିକିତ୍ସକ ଶ୍ରୀ ପ୍ରିୟବ୍ରତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିବାବେଳେ, ଗୋମାତା ଠାରୁ ପ୍ରାପ୍ତ ପଞ୍ଚଗବ୍ୟ ଦ୍ଵାରା ଅନେକ ଦୁଃସାଧ୍ୟ ରୋଗ ଭଲ ହେବା ସହ କୃଷି କାର୍ୟ୍ୟରେ କୀଟନାଶକ ଔଷଧ ଭାବେ ଉପଯୋଗ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଏଥି ସହିତ ସରକାରଙ୍କ ପ୍ରୋତ୍ସ।ହନ ଓ ସହଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ ମାନଙ୍କ ଉନ୍ନତି ପାଇଁ ଗଡଜାତ ସାଂସ୍କୃତିକ ପରିଷଦ ଦ୍ବାରା ଆୟୋଜିତ କର୍ମଶାଳା ଏକ ସୁନ୍ଦର ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ । ଅବସର ପ୍ରାପ୍ତ କୃଷିଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ ଅଧ୍ୟକ୍ଷତା କରି ଥିଲାବେଳେ ଶିକ୍ଷକ ଶ୍ରୀ ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ସମସ୍ତ କାର୍ୟ୍ୟକ୍ରମର ସଂଯୋଜନା କରିଥିଲେ । ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୁଣାକଟକର କୀର୍ତ୍ତନ କଣ୍ଠଶିଳ୍ପୀ ଶ୍ରୀମତୀ ମମତା ସାହୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Comments are closed.