ବୌଦ୍ଧରେ ରାଷ୍ଟ୍ରୀୟ ଲୋକଅଦାଲତ, ୫୭ଟି ମାମଲାର ଶୁଣାଣି

ବୌଦ୍ଧ : ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟର ଗାଡି ଦୁର୍ଘଟଣାଜନିତ ୫ ଗୋଟି ମାମଲା, ୨୯ ଗୋଟି ବିଚାରଧିନ ମାମଲା ଓ ୨୩ ଗୋଟି ପ୍ରାକ ମୋକଦ୍ଦମା ମାମଲା ଫଇସଲା କରାଯାଇ ୧୭ଲକ୍ଷ ୩୪ହଜାର ୩୩୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଏହି ଲୋକଅଦାଲତରେ ଅତିରିକ୍ତ ଜିଲାଦୌରାଜଜ ସତ୍ୟନାରାୟଣ ଷଢଙ୍ଗୀ, ଫେମିଲି ଜଜ୍‍ ଗୌରିମାଳୀ ମହାରଣା, ସିଜେଏମ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟାର ପ୍ରିତିଶ କୁମାର ରାଉତରାୟ, ସବଜଜ୍‍ ଦୁର୍ବାଶା ଦୁର୍ଗା, ଏସଡିଜେଏମ ସୁମିତ୍ରା ସାହୁ, ଜେଏମଏଫସି ଶିବାନୀ ମିଶ୍ର ଓ ସୁନୀତା ବିଶ୍ୱାଳ ଯୋଗଦେଇ ମାମଲା ଗୁଡିକର ଫଇସଲା କରିଥିଲେ। ଲୋକଅଦାଲତରେ ସରକାରୀ ଓକିଲ ଓ ବହୁ ଆଇନଜୀବି ଯୋଗଦେଇଥିଲେ।

 

Comments are closed.