କଳାହାଣ୍ଡି ଜିଲାରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ୯୫ ଟି ମାମଲା ଫଇସଲା

ଭବାନୀପାଟଣା: କଳାହାଣ୍ଡି ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତଗୁଡିକରେ ଚଳିତ ବର୍ଷ ୨୦୨୧ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୧୦ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦୀପ କୁମାର ପଟ୍ଟନାୟକ ଓ ସଚିବ ଶିତିକଣ୍ଠ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିଭିନ୍ନ ଆଦାଲତରେ ୧୯ ଟି ମକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୨୬୫୩୬୫ ଟଙ୍କା ଆଦାୟ କରାଯାଇଥିଲା। ୧୧ଟି ମଟର ଦୁର୍ଘଟଣା ଜନିତ ମାମଲାରତ ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୩୬୩୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୧୧ଟି ବୈବାହିକ ଜନିତ ବିବାଦ, ୩୪ଟି ଦେୱାନୀ ମକଦ୍ଦମା ଫଇସଲା କରାଯାଇ ୨୧୧୯୦ ଟଙ୍କା ଆଦାୟ କରାଯଅଇ ଥିବା ବେଳେ ବିଚାର ଯୋଗ୍ୟ ୯ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା।

 

ଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟରଯାନ ଦୁର୍ଘଟଣା ନ୍ୟାୟାଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍(ଭିଜିଲାନ୍ସ) ପ୍ରସନ୍ନ କୁମାର କର୍ଣ୍ଣ, ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତ, ଯଦୁମଣି ମିଶ୍ର, ସିନିଅର ସିଭିଲ ଜଜ୍ ଚିନ୍ମୟୀ ପଣ୍ଡା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରଦ୍ଧାଞ୍ଜଳୀ ରାୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲୋଫର ଓ ରିତିକା ଗର୍ଗ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲା ଜଜ୍ (ପିଓସିଏସ୍ଓ) ସୁବ୍ରତ କୁମାର ପଟ୍ଟନାୟକ ଉକ୍ତ ଲୋକ ଅଦାଲତରେ ଉପସ୍ଥିତ ଥିଲେ। ରେଜିଷ୍ଟ୍ରାର ସିଭିଲ କୋର୍ଟ, ସନ୍ତୋଷ କୁମାର ମହାପାତ୍ର ଓ କୋର୍ଟ ମ୍ୟାନେଜର ଦେବାନନ୍ଦ କୁମାର ପଣ୍ଡା ଲୋକ ଅଦାଲତର ପରିଚାଳନାରେ ସହଯୋଗ କରିଥିଲେ।

Comments are closed.