କଂଗ୍ରେସ ଛାଡିଲେ ପି. ସୁଧାକର ରେଡ୍ଡୀ, କହିଲେ କୋଟି କୋଟି ଟଙ୍କାରେ ବିକ୍ରି ହେଉଛି ଟିକେଟ

0

ହାଇଦରାବାଦ : ଲୋକସଭା ନିର୍ବାଚନର ଠିକ୍‍ ପୂର୍ବରୁ ତେଲଙ୍ଗାନାର କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଏଠାରେ ଏଆଇସିସିର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ପି. ସୁଧାକର ରେଡ୍ଡୀ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ଆଶାୟୀଙ୍କୁ ଟିକେଟ ଦେବା ପାଇଁ କଂଗ୍ରେସ କୋଟି କୋଟି ଟଙ୍କା ମାଗୁଛି। ରେଡ୍ଡୀ ନିଜ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦୁର୍ନୀତି ଏବଂ ଖରାପ ଆଚରଣ ପାଇଁ କଂଗ୍ରେସ ରାଜ୍ୟରେ ନେତୃତ୍ୱ ନେବାରେ ବିଫଳ ହୋଇଛି ବୋଲି ସେ କହିଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ଟଙ୍କା ଥିବା ଲୋକଙ୍କୁ ଟିକେଟ ଦିଆଯାଉଛି। ଦଳ ପାଇଁ କାର୍ଯ୍ୟ କରିଥିବା ନେତାଙ୍କୁ ଉପେକ୍ଷା କରାଯାଉଛି। ତେଲଙ୍ଗାନାର କଂଗ୍ରେସ ନେତାମାନେ ନିର୍ବାଚନ ପାଇଁ ଟିକେଟ ବିକୁଛନ୍ତି।
ପ୍ରକାଶଯୋଗ୍ୟ ଯେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଜ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ସୁଧାକର ଇସ୍ତଫା ଦେଇଥିଲେ।

Leave A Reply