ମୁଖ୍ୟମନ୍ତ୍ରୀଙ୍କୁ ଲୋଇସିଂହା ବିଧାୟକଙ୍କ ପତ୍ର

ବଲାଙ୍ଗୀର : ଦାଦନ ପ୍ରବଣ ଲୋଇସିଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ ୱାନ୍‍ ନେସନ୍‍ ୱାନ୍‍ ରାସନ କାର୍ଡ଼ ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଡ ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି ।

ପତ୍ର ସଂଖ୍ୟା ୨୭୩ ତା-୧୫-୦୭-୨୦ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ ବହୁ ଲୋକ କାମଧନ୍ଦା ପାଇଁ ବାହାରକୁ ଯାଇଥାନ୍ତି , ସେଠାରେ ଅଧିକ ଦରରେ କିଣାକିଣି କରୁଛନ୍ତି। ଅନ୍ୟ ପଟେ ତାଙ୍କ ପାଇଁ ଉଦ୍ଦିଷ୍ଟ ରାସନ ହରିଲୁଟ ହେଉଛି । ସେହିପରି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଆୟୁଷ୍ମାନ ଭାରତ କାର୍ୟ୍ୟକାରୀ ହେଲେ ଲୋକେ ଉପକୃତ ହେବେ । ଏଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଉକ୍ତ ଦୁଇ ଯୋଜନା କାର୍ୟ୍ୟକାରୀ କରିବାକୁ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ।

Comments are closed.