ଧାନ ବିଲରେ ଲୋଇସିଂହା ବିଧାୟକ

ବଲାଙ୍ଗିର : ବିଭିନ୍ନ ସମୟରେ ବେଶ ଚର୍ଚ୍ଚାରେ ରହୁଥିବା ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥର କୌଣସି ରାଜନୀତି ପାଇଁ ନୁହେଁ ବରଂ ଚାଷ ପାଇଁ। ଅଗଲପୁର ବ୍ଲକ ଅନ୍ତର୍ଗତ ତାଙ୍କ ନିଜ ପୈତୃକ ଗାଁ ନଅଗାଁ(ଖ)ରେ ଚଳିତ ବର୍ଷ ୨ ଏକର ଚାଷ ଜମିରେ ଧାନ ଫସଲ କରିଛନ୍ତି। ସବୁଜ ବଳୟ ଭିତରେ ବିଲ ହସି ଉଠୁଛି। ବ୍ୟସ୍ତବହୁଳ ରାଜନୈତିକ ଜୀବନ ଭିତରେ ଚାଷ ଜମିକୁ ଯାଇ ଘେରାଏ ବୁଲି ଆସିବା ଓ ସେଠାରେ ଚାଷ କାର୍ଯ୍ୟ ବୁଝିବା ଗାଁ ଲୋକଙ୍କୁ ଭାବବିହ୍ୱଳ କରିଦେଉଛି। ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିବା ଡ.ମହାଲିଙ୍ଗ ଜଣେ ସାଧାରଣ ଲୋକଙ୍କ ପରି ଜୀବନ ଜୀବିକା ଭିତରେ ରହିବା ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ଉତ୍କର୍ଷ କରୁଛି। ଏବେ ନିଜ ହାତରେ କେବଳ ଦୁଇ ଏକର ଚାଷ ଜୈବିକ ପ୍ରଣାଳୀରେ କରିଥିବା ବେଳେ ଧାନକୁ ନେଇ ବେଶ ଖୁସି ଜାହିର କରିଛନ୍ତି ନିଜେ ବିଧାୟକ। ବର୍ତ୍ତମାନ ତାଙ୍କ ନିଜ ଚାଷ ଜମିରେ ଚାଷ କରିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ଚାଷ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଡ.ମହାଲିଙ୍ଗ।

Comments are closed.