ଛତିଶଗଡରେ ପହଞ୍ଚିଲେ କୋଟି କୋଟି ସଂଖ୍ୟାର ପଙ୍ଗପାଳ

ଭୁବନେଶ୍ବର : ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରିଥିବା ଜଣାପଡ଼ିଛି। ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏହି ପଲ ମଧ୍ୟପ୍ରଦେଶରୁ ଆସିଥିବା ଜଣାଯାଇଛି । ପଙ୍ଗପାଳ ପଲ ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁକୁ  ମୁହାଁଇବା ସମ୍ଭାବନା ଥିବାରୁ ଲୋକମାନେ ଭୟଭିତ ହୋଇପଡିଛନ୍ତି। ଗାଁ ଲୋକେ ବାଣ ଫୁଟାଇ ଓ ଟିଣ ବାଡେଇ ପଙ୍ଗପାଳ ଦଳକୁ ଘଉଡ଼ାଉଥିବା ସୂଚନାମିଳିଛି। ଅଗ୍ନିଶମ କର୍ମଚାରୀ ମଧ୍ୟ କୀଟନାଶକ ସିଞ୍ଚନ ଆରମ୍ଭ କରିଛି। ଏହି ପଙ୍ଗପାଳ ଦଳ ପ୍ରାୟ ୩କିମି ପର୍ଯ୍ୟନ୍ତ ଲମ୍ବିଛି। ଯାହିକି ଅନୁମାନ କରାଯାଉଛୁ ଏହି ପଲରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି ।

Comments are closed.