ରେଢ଼ାଖୋଲରେ ପଙ୍ଗପାଳ, କୃଷି ବିଭାଗ କହୁଛି ଏହା ଏକ ପ୍ରକାର ଝୀଂଟିକା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନ ନିକଟରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଏକ ଅରଖ ଗଛରେ ଦଳେ ପୋକ ବସି ସବୁ ପତ୍ର ଖାଇ ଦେଇଥିବା କିଛି ଲୋକ ଦେଖିଥିଲେ। ଏହି ଖବର ସେହି ଅଂଚଳରେ ପ୍ରଚାର ହେବା ପରେ ଏକ ଭୟ ବାତାବରଣ ସୃଷ୍ଟି କରିଛି। ଗୋଟିଏ ପଟେ କୋଭିଡ୍ ଭୁତାଣୁ ସଂକ୍ରମଣରୁ କିପରି ନିଜକୁ ରକ୍ଷା କରାଯାଇପାରିବ ଲୋକେ ଚେଷ୍ଟା କରୁଥିବାବେଳେ ଏବେ ପୁଣି ପଙ୍ଗପାଳ ଆତଙ୍କ ରେଢ଼ାଖୋଲ ଅଞ୍ଚଲରେ ଦେଖା ଯାଇଛି।

ବିଶେଷକରି ପନିପରିବା ଚାଷୀ କିପରି ଏଥିରୁ ରକ୍ଷା ପାଇବେ ତାହାର ହିସାବ ପାଉ ନାହାନ୍ତି। କୃଷି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ନେଇ କୃଷି ଜିଲ୍ଲା ଅଧିକାରୀ ଦୁଃଶାସନ ପ୍ରହରାଜଙ୍କୁ ଯୋଗାଯୋଗ କରିବାରୁ ସେଗୁଡିକ ପଙ୍ଗପାଳ ନୁହେଁ, ଏକ ପ୍ରକାର ଝୀଂଟିକା ବୋଲି କହିଛନ୍ତି।

Comments are closed.