ଓଡିଶା ଉପରୁ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ ପଙ୍ଗପାଳ ବିପଦ : କୃଷିମନ୍ତ୍ରୀ

ଭୁବନେଶ୍ବର : ଓଡିଶା ଉପରୁ ପଙ୍ଗପାଳ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ ବୋଲି  କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପଙ୍ଗପାଳମାନେ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତରେ ଅଛନ୍ତି। ତେବେ ବର୍ତ୍ତମାନସୁଦ୍ଧା ପଙ୍ଗପାଳ ରାଜ୍ୟରେ ପ୍ରବେଶ କରିନଥିବା ସେ କହିଛନ୍ତି।
ପଙ୍ଗପାଳର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏଥିପାଇଁ ରାସାୟନିକ ସ୍ପ୍ରେ କରିବା ପାଇଁ ଅଗ୍ମିଶମ ବିଭାଗ ପକ୍ଷରୁ ମଧ୍ୟ ବଡ ସ୍ପ୍ରେୟରର ବ୍ୟବସ୍ଥା
କରାଯାଇଛି। ସେ କହିଛନ୍ତି ପଙ୍ଗପାଳ ଉପଦ୍ରବ ଆଶଙ୍କା ଦେଖି ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି। ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ
ଏଥିପାଇଁ କଣ୍ଟ୍ରୋଲ ରୁମ୍‍ ଖୋଲାଯାଇଛି।

Comments are closed.