ଗଞ୍ଜାମରେ ସରକାରୀ ନିୟମକୁ ଫୁ’

ବୁଗୁଡା: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜିଲାର ଜନସାଧାରଣ ତଥା ବ୍ୟବସାୟୀମାନେ ସରକାରଙ୍କ ଦ୍ବାରା ପ୍ରଚଳିତ ନିୟମ, କଟକଣା ମାନୁ ନ ଥିବା ଦୃଷ୍ଟି ଗୋଚର ହେଉଛି। ଏହି ଜିଲାର ବୁଗୁଡା ବ୍ଲକରେ ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ବୁଗୁଡାର ପରିବା ଦୋକାନ ହେଉ କିମ୍ବା ଅନ୍ୟ ସମସ୍ତ ଦୋକାନରେ ସାମାଜିକ ଦୂରତା ରକ୍ଷା ନ କରି ଜନସାଧାରଣ ଦ୍ରବ୍ୟ କ୍ରୟ କରୁଥିବା ଦୃଷ୍ଟି ଗୋଚର ହେଉଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା ଚିନ୍ତାର ବିଷୟ ହୋଇପଡିଛି। ଯଦି ଏହିପରି ଭାବେ ସରକାରୀ ନିୟମ ପାଳନ କରା ନ ଯାଏ ସ୍ଥିତି ଭୟାନକ ହେବ ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଉଛି।

Comments are closed.