ଲକଡାଉନ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟଗୁଡିକର ନିବେଦନ

ନୂଆଦିଲ୍ଲୀ ; ୨୪ ମାର୍ଚ୍ଚରୁ ସାରା ଦେଶରେ ୨୧ ଦିନର ତାଲା ପଡିଛି। ତେବେ ଭାରତରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ବିଭିନ୍ନ ରାଜ୍ୟ ସରକାର ଏବଂ ବିଶେଷଜ୍ଞମାନେ ଲକଡାଉନ୍ ଅବଧିକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୋଭିଡ-୧୯ ମନ୍ତ୍ରୀ ଦଳର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଯେଉଁଥିରେ ଲକଡାଉନ୍ ଉପରେ ଆଲୋଚନା ହୋଇଯାଇଥିଲା। କିନ୍ତୁ ଲକଡାଉନ୍ ବୃଦ୍ଧି ହେବ କିମ୍ବା ହଟାଇ ଦିଆଯିବ କେନ୍ଦ୍ର ସରକାର ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

Comments are closed.