୩୦% କର୍ମଚାରୀରେ ଚାଲିବ କାର୍ଯ୍ୟାଳୟ

ଭୁବନେଶ୍ୱର: ତାଲାବନ୍ଦ-୩ ଜୁନ ପହିଲାରୁ ୧୬ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବାବେଳେ ଏହି ସମୟରେ ସମସ୍ତ ସରକାରୀ ବିଭାଗ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଉପସଚିବ ଓ ତାଙ୍କ ଉପରିସ୍ଥ ଅଧିକାରୀମାନେ ପ୍ରତିଦିନ କାର୍ଯ୍ୟାଳୟ ଆସିବେ। ବିଭାଗ ସେମାନଙ୍କ କର୍ମଚାରୀଙ୍କ ସଂଖ୍ୟା, ପରିଚାଳନାଗତ ସମସ୍ୟା, ସଂକ୍ରମିତ କର୍ମଚାରୀ ଓ କାର୍ଯ୍ୟଭାରକୁ ଦେଖି ନିଷ୍ପତ୍ତି ନେଇପାରିବେ। ଯଦ୍ୱାରା ଜରୁରୀ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବନାହିଁ।

ତେବେ ଯେଉଁ ଅଧିକାରୀ କିମ୍ବା କର୍ମଚାରୀଙ୍କୁ କାମ ପାଳି(ରୋଷ୍ଟର) ଅନୁଯାୟୀ ଦାୟିତ୍ୱ ଦିଆଯାଇନି ସେମାନେ ଘରେ ରହି କାମ କରିବେ। ଭିନ୍ନକ୍ଷମ ଓ ଗର୍ଭବତୀଙ୍କୁ କାର୍ଯ୍ୟାଳୟ ଉପସ୍ଥିତି ଓ ଘରୁ କାମ କରିବାରୁ ଛାଡ଼ ଦିଆଯାଇଛି। ଘରେ ରହି କାମ କରୁଥିବା ସମସ୍ତ କର୍ମଚାରୀ ମୁଖ୍ୟାଳୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ କାର୍ଯ୍ୟାଳୟରେ ଯୋଗେ ଦେବାକୁ କୁହାଯାଇ ପାରେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Comments are closed.