ଆଦର୍ଶ ବିବାହ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିବାହ ଖର୍ଚ୍ଚ ପ୍ରଦାନ କଲେ ନବ ଦମ୍ପତି

ଭୁବନେଶ୍ବର : କରୋନା ଲକଡାଉନ୍ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ତିଥିରେ ସରକାରଙ୍କ ନିୟମକୁ ପ୍ରଧାନ୍ୟ ଦେଇ ବିନା ବରଯାତ୍ରୀ, ବିନା ରୋଷଣୀରେ ନିରାଡ଼ମ୍ବର ଭାବେ କଟକରେ ବିବାହ କରିଛନ୍ତି ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ଜେନା। ନବଦମ୍ପତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗନିଷ୍ଠାରେ ଅନୁପ୍ରାଣିତ ହୋଇ ଆଦର୍ଶ ବିବାହ କରିବା ସହ ବିବାହ ଖର୍ଚ୍ଚକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଉଭୟ ପରିବାରର ଉପସ୍ଥିତିରେ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ୫୦ହଜାର ୧ଟଙ୍କା କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।
ଏହି ମହତ କାର୍ୟ୍ୟରେ ପରିବାର ତରଫରୁ ବରପିତା ଗୌରାଙ୍ଗଜେନା, ବଡ ଭିଣେଇ ଚନ୍ଦ୍ରଶେଖର ବେହେରା, ଭଉଣୀ ସମ୍ବିତା ଜେନା, ବଡଭାଇ ଦୀପ୍ତିରଞ୍ଜନ ଜେନା ଏବଂ ବିଜୁ ଯୁବଜନତା ରାଜ୍ୟ ସଭାପତି ତଥା ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ , ଯୁବ ବିଜେଡ଼ି ରାଜ୍ୟ ଉପ ସଭାପତି ଦୟାନିଧି ନାୟକ, ସାଧାରଣ ସମ୍ପାଦକ ଧୃତିରଞ୍ଜନ ମାର୍ଥ, ସମ୍ପାଦକ ମଳୟ ରଞ୍ଜନ ପତି, ଶୁଭ୍ରାଂଶୁ ନାରାୟଣ ମିଶ୍ର, ଅବିନାଶ ପ୍ରଧାନ, ତାରିଣୀପ୍ରସାଦ ନାୟକ, ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.