ଇଏମଆଇ ପରିଶୋଧ ନେଇ ମିଳିବ ରିହାତି : ଖୁବ୍ ଶୀଘ୍ର ଆରବିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ  :  ସାରା ଦେଶର ୨୧ ଦିନିଆ  ଲକଡାଉନ୍ ଜାରି ରହିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଗ୍ରାହକମାନଙ୍କୁ ଇଏମଆଇରେ ରିଆତି ପ୍ରଦାନ କରିବାର ସମ୍ଭାବନା ରହିଛି । ଖୁବ୍ ଶୀଘ୍ର ଏ ସଂପର୍କରେ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳୁଛି।

ଲକଡାଉନ୍ ଯୋଗୁଁ ସାରା ଦେଶରେ ଏବେ ଆବଶ୍ୟକ ସେବା ଯୋଗାଣକୁ ଛାଡି ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ବନ୍ଦ ରହିଛି। ତେଣୁ ଗ୍ରାହକମାନଙ୍କୁ ରିହାତି ପ୍ରଦାନ ନେଇ  ଆରବିଆଇ ଖୁବଶୀଘ୍ର ବଡ଼ ଘୋଷଣା କରିବାକୁ ଯାଉଛି। ଉଦ୍ୟୋଗ ଏବଂ ବ୍ୟବସାୟ ଜଗତ ସଂମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ମାସିକ ଇଏମଆଇ ପରିଶୋଧ କରିବାରେ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆରବିଆଇ ଇଏମଆଇ ପରିଶୋଧ କରିବାରର ଅବଧି କୋହଳ କରିବାର ଆଶା କରାଯାଉଛି। ଏ ନେଇ ବ୍ୟାଙ୍କ ପକ୍ଷରୁ କିଛି ବ୍ୟବସ୍ଥା କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଅନ୍ୟ ପକ୍ଷରେ ବ୍ୟାଙ୍କିଙ୍ଗ କାରବାର ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବରୁ ଅନେକ କୋହଳ ବ୍ୟବସ୍ଥା ସଂପର୍କରେ ଘୋଷଣା କରିଛନ୍ତି।

Comments are closed.